ବିହାର : ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା । ବିହାର ଭଗଲପୁରଠାରେ ଗଙ୍ଗା ନଦୀରେ ଓଲଟି ପଡିଛି ଏକ ଯାତ୍ରୀବାହୀ ଡଙ୍ଗା । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ବହୁ ସଂଖ୍ୟାରେ ଲୋକ ନିଖୋଜ ରହିଛନ୍ତି । ନୈଗଛିଆର ତିନଟଙ୍ଗାରେ ଘଟିଛି ଦୁର୍ଘଟଣା । ୩ ଟି ଡଙ୍ଗାରେ ୧୦୦ ଲୋକ ଯାତ୍ରା କରୁଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏପର୍ଯ୍ୟନ୍ତ ମୋଟ ୫ଟି ମୃତଦେହ ମିଳିଥିବା ବେଳେ ୧୫ ଜଣ ଗୁରୁତର ଅଛନ୍ତି । ଗୁରୁବାର ସକାଳୁ ତିନଟଙ୍ଗାରୁ କିଛି ଲୋକ ଦିୟାରା ଅଭିମୁଖେ ନୌକାରେ ବାହାରିଥିଲେ । ବହିୟାର ଘାଟ ଦେଇ ଯିବା ବେଳେ ଖୀପ୍ର ସ୍ରୋତର ସମ୍ମୁଖୀନ ହୋଇଥିଲା ଡଙ୍ଗା । କେଉଁଠାରେ ଗଣ୍ଡ ସଂସ୍ପର୍ଶରେ ଆସିଥିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0