spot_img

ପେନସନଭୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

କୋଭିଡ-୧୯ ମହାରୀର କଠିନ ସମୟରେ ପେନସନଭୋଗୀଙ୍କ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପ୍ରଥମ ଥର ପାଇଁ ପେନସନ ଗ୍ରହଣକାରୀଙ୍କ ଅନୁପସ୍ଥିତିରେ ଗ୍ରାଚ୍ୟୁଇଟି ଓ କମ୍ୟୁଟେଡ ପେନସନ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମୟସୀମାକୁ ୨୦୨୧ ମେ’ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ବାର୍ଷିକ ଜୀବନ ପ୍ରମାଣପତ୍ର, ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକ ନିୟୋଜନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ୨୦୨୦ ନଭେମ୍ବରରୁ ୨୦୨୧ ମେ’ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ପେନସନଭୋଗୀମାନେ ନିଜର ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ପାଳନ ନିମନ୍ତେ ନିଜର ବାର୍ଷିକ ଜୀବନ ପ୍ରମାଣ ୨୦୨୦ ନଭେମ୍ବର ପରିବର୍ତ୍ତେ ୨୦୨୧ ମେ’ ମାସରେ ନିଜର ପେନସନ ପ୍ରଦାନକାରୀ ସଂସ୍ଥାରେ ପ୍ରଦାନ କରିବାକୁ ଅର୍ଥ ବିଭାଗ ଅନୁରୋଧ କରିଛି। କରୋନା ସମୟରେ ରାଜ୍ୟ ସରକାରଙ୍କ ୫-ଟି ଓ ‘ମୋ ସରକାର’ ସୂତ୍ର ଅଧୀନରେ ପେନସନ ତଥା ପରିବାର ପେନସନଭୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular