ନୂଆଦିଲ୍ଲୀ: ବିହାର ଡ଼ିଜିପି ଗୁପ୍ତେଶ୍ୱର ପାଣ୍ଡେ ମଙ୍ଗଳବାର ଦିନ ଅବସର ନେବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଇତି ମଧ୍ୟରେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ରବିନ୍ହୁଡ୍ ଅବତାର ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଡିଜିପି ପାଣ୍ଡେଙ୍କୁ ‘ରବିନହୁଡ୍ ବିହାର କେ’ ବୋଲି କୁହାଯାଉଥିବା ଏହି ମ୍ୟୁଜିକ୍ ଭିଡିଓ ୟୁଟ୍ୟୁବ୍ରେ ରିଲିଜ୍ ହୋଇଛି। ପରେ ଗାୟକ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କୁ ବାଘ ବୋଲି କହିବା ସହ ଇଂରାଜୀ ଲୋକଗଳ୍ପର କିଂବଦନ୍ତୀ ନାୟକ ରବିନ୍ହୁଡ୍ ପରି ତାଙ୍କୁ ପ୍ରଶଂସା କରୁଛନ୍ତି। ରାଜନୀତିରେ ଯୋଗ ଦେଇ ଆଗାମୀ ବିହାର ନିର୍ବାଚନରେ ସେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସୂଚନା ମିଳିଛି । ଏହା ହେଉଛି ଗୁପ୍ତେଶ୍ବର ପାଣ୍ଡେଙ୍କ ଦ୍ବିତୀୟ ସ୍ବେଚ୍ଛା ଅବସର ଘଟଣା। ପୂର୍ବରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନିମନ୍ତେ ସେ ୨୦୦୯ରେ ସ୍ବେଚ୍ଛା ଅବସର ଚାହିଁଥିଲେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0