ନୂଆଦିଲ୍ଲୀ: ‘କୌନ ବନେଗା କରୋଡପତି’ ର ସିଜନ-୧୨ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । କରୋନା ଯୋଗୁଁ ଏଥର କେବିସି ଟିକେ ବିଳମ୍ବରେ ଆରମ୍ଭ ହେବ । ଏହି ସିଜନ ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ । ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର କରୋନା ଯୋଗୁଁ କେବିସି ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ଏଥର ବିନା ଦର୍ଶକରେ ସୁଟିଂ କରାଯିବ । କେବିସିରେ ଦର୍ଶକଙ୍କର ଏକ ପ୍ରମୁଖ ଭୂମିକା ଥାଏ । କାରଣ ଶୋ’ରେ ‘ଅଡିଏନ୍ସ ପୋଲ’ର ବହୁତ ଆବଶ୍ୟକତା ପଡ଼ିଥାଏ । ଏଥର ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଅଡିଏନ୍ସ ପୋଲ’ ବଦଳରେ ‘ଭିଡ଼ିଓ ଏ ଫ୍ରେଣ୍ଡ’ ଲାଇଫ୍ ଲାଇନ୍ ପ୍ରତିଯୋଗୀଙ୍କୁ ଦିଆଯିବ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0