ପାଟନା: ବିହାରରେ ପୁଣି ଥରେ କରୋନା ଲକଡାଉନ୍ କଟକଣାକୁ ବୃଦ୍ଧି କରାଯାଇଛି । ଦିନକୁ ବଢୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିହାରରେ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି । ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଗୃହ ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛି । କରୋନା ରୋକିବା ପାଇଁ ଜୁଳାଇ ୩୦ରେ ଦିଆଯାଇଥିବା ଆଦେଶ ବଳବତ୍ତର ରହିବ । ପୂର୍ବରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ବିହାରରେ ଲକଡାଉନ୍ ଜାରି କରାଯାଇଥିଲା । ଏହା ସହ ବିହାରର ଧାର୍ମିକ, ରାଜନୈତିକ, ସାମାଜିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ତେବେ ବର୍ତ୍ତମାନ ଵାଣିଜ୍ୟକ ଏବଂ ବେସରକାରୀ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ପୂର୍ବ ପରି ପାର୍କ,ଜିମ୍, ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0