ବନ୍ୟା ସ୍ଥିତି ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଳାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ୧୦ ଟି ଜିଲ୍ଳାର ଜିଲ୍ଲାପାଳଙ୍କ ସହ ଏହି ଅଲୋଚନା ହୋଇଥିଲା । ମାଲକାନଗିରି, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ଦେବଗଡ, କେନ୍ଦ୍ରାପଡା, ବରଗଡ, ସୁବର୍ଣ୍ଣପୁର, ଭଦ୍ରକ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏହି ସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ବନ୍ୟାଜନିତ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କୁ ରିର୍ପୋଟ ମଗାଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଫସଲ ଜନିତ କ୍ଷୟକ୍ଷତି ରିପୋର୍ଟ ମଧ୍ୟ ମଗାଯାଇଛି । ରିପୋର୍ଟ ଆସିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବନ୍ୟା ଯୋଗୁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଯେଉଁ ଅଞ୍ଚଳରେ ବନ୍ୟା ପାଣି ମାଡିଥିଲା ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନ୍ୟା ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ବାରମ୍ବାର ରାଜ୍ୟରେ ଲଘୁଚାପ ଫଳରେ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାଷଜମି କ୍ଷତିଗ୍ରସ୍ଥ ହୋଇଥିବା ଖବର ଆସିଛି । ବନ୍ୟା ଯୋଗୁ ଚାଷ ଜମି କ୍ଷୟକ୍ଷତିର ରିପୋର୍ଟ କୃଷି ବିଭାଗ ତରଫରୁ ମଗାଯାଇଥିବା ମନ୍ତ୍ରୀ କହିଛନ୍ତି । ସେହିପରି ମହାନଦୀର ଜଳସ୍ତର ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମହାନଦୀକୁ କେତେ ପାଣି ପ୍ରବଶେ କରୁଛି ତା ଉପରେ ନଜର ରଖାଯାଇଥିବା ଜଳ ସଂମ୍ପଦ ବିଭାଗ ମୁଖ୍ୟ ମନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0