କେନ୍ଦୁଝର: କେନ୍ଦୁଝର ଜିଲ୍ଳାରେ ଘଟିଛି ଏକ ଅଭାବନୀୟ ଘଟଣା । । ମଇଦାନକେଲ ଗାଁରେ ଥିବା ଏକ ପୋଖରୀରୁ ବାଇକ ସହ ଆରୋହୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାକ୍ରମେ, ମଇଦାନକେଲ ଗାଁର ରାସ୍ତା କଡରେ ଥିବା ପୋଖରୀରୁ ଏକ ନାଲି ରଙ୍ଗର ମୋଟର ସାଇକେଲ ସହ ଜଣେ ଯୁବକଙ୍କର ମୃତ ଦେହ ଭାସୁଥିବାର ଗାଁ ଲୋକେ ଦେଖିଥିଲେ । ଏହାପରେ ଗାଁ ଲୋକେ ତୁରନ୍ତ ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନୀଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୃତକ ଜଣକ ହେଲେ ସେହି ଗାଁର ଭରତ ମହାନ୍ତ ବୋଲି ଜଣାପଡ଼ିଛି । ସେ ଗତକାଲି ରାତିରେ ମୋଟର ସାଇକେଲରେ ନିଜ ଘରକୁ ଫେରୁଥୁବା ବଳେ ଭାରସାମ୍ୟ ହରାଇ ପୋଖରୀରେ ପଡି ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0