spot_img

ବିଜୟୱାଡାରେ ବାମ ଦଳଙ୍କ ବନ୍ଦ ପାଳନ

ଆନ୍ଧ୍ରପ୍ରଦେଶ: ନୂଆ କୃଷି ଆଇନ ବିରୋଧରେ ବିଭିନ୍ନ ଚାଷୀ ସଂଙ୍ଗଠନ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି । ଆଜି ସକାଳ ୧୧ ଟାରୁ ଦିନ ୩ଟା ଯାଏଁ ଅଖ ଚକ ପୂରା ଜାମ ରହିବ । ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ରରେ ଜନଜୀବନ ପ୍ରଭାବିତ ହେବ । ଦିଲ୍ଲୀର ବୁରାରି ଗ୍ରାଉଣ୍ଡରେ ଆନ୍ଦୋଳନରେ ବସିଥିବା କୃଷକମାନେ ସକାଳେ ସମବେତ ପ୍ରାର୍ଥନା କରିଛନ୍ତି । ଏଥିସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ କୃଷି ସଂଗଠନଗୁଡିକୁ ଅନୁରୋଧ କରିବା ସହ ବନ୍ଦ ପାଳନକୁ ସଫଳ କରି ସହଯୋଗ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ବାମ ଦଳ ବନ୍ଦ ପାଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ବ୍ୟାନର ପ୍ଲାକାର୍ଡ ଧରି ବାମ ଦଳର କର୍ମୀମାନେ ରାସ୍ତାକୁ ଆସି ଗାଡି ମୋଟର ଅଟକାଇବା ସହ ରାସ୍ତା ଅବରୋଧ କରିଛନ୍ତି । ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ ଏକାଧିକ ପାର୍ଟି ସମର୍ଥନ କରୁଛନ୍ତି । ୧୦ଟି ଟ୍ରେଡ ୟୁନିୟନ ସହିତ ଅନ୍ୟାନ୍ୟ ସଂଗଠନ ମଧ୍ୟ ଚାଷୀଙ୍କ ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular