ଜର୍ମାନୀର ଫ୍ରାଙ୍କଫର୍ଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ଏକ ଅଫୁଟା ବୋମା ଠାବ କରାଯାଇଛି । ଧନଜୀବନ ହାନି ଆଶଙ୍କାରେ ସେଠାକାର ପ୍ରାୟ ୧୩ ହଜାର ବାସିନ୍ଦାକୁ ସ୍ଥାନାନ୍ତର କରାଯାଇଛି । ରବିବାର ଜରୁରୀକାଳୀନ ଭିତ୍ତିରେ ଏହି ସ୍ଥାନାନ୍ତର କାମ କରାଯାଇଛି । ଏକ କନଷ୍ଟ୍ରକଶନ ସାଇଟରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବୋମାକୁ ଠାବ କରାଯାଥିଲା । ଏହି ବ୍ରିଟିଶ ବୋମାର ଓଜନ ୫ ଶହ କେଜି ହେବ ବୋଲି ଜଣାପଡିଛି । ପରେ ବିଶେଷଜ୍ଞମାନେ ପହଁଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ ସହ ଜାତୀୟ ରେଳ ସେବା ପରିଚାଳିତ ହେଉଥିବା ଭିତ୍ତିଭୂମିକୁ ମଧ୍ୟ ସ୍ଥାନାନ୍ତର କରିବାକୁ ପଡିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ କ୍ରମାଗତ ଭାବେ ଜର୍ମାନୀର ବିଭିନ୍ନ କନଷ୍ଟ୍ରକଶନ ସାଇଟରୁ ବୋମା ଠାବ କରାଯାଉଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0