ଭଦ୍ରକ : ବିବାହିତା ମହିଳାଙ୍କ ଗଳାକାଟି ହତ୍ୟା । ଭଦ୍ରକ ଜିଲ୍ଲାର ନୂଆପୋଖରୀ ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଗତକାଲି ସଂଧ୍ୟାରୁ ରାଧାରାଣୀ ମହାନ୍ତି ନାମକ ଏହି ମହିଳା ନିଖୋଜ ଥିଲେ । ଆଜି ସକାଳୁ ଗାଁ ପାଖ ରାସ୍ତାକଡରେ ତାଙ୍କ ମୃତଦେହ ପଡିଥିବା ଗାଁଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କ ତଂଟି କାଟି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡ ପରେ ମହିଳାଙ୍କ ସ୍ୱାମୀ କେଉଁଆଡେ ଫେରାର ହୋଇଯାଇଛନ୍ତି । ମୃତ ରାଧାରାଣୀ ୬ ବର୍ଷ ତଳେ ନାରଣ ମହାନ୍ତିଙ୍କୁ ବିବାହ କରିଥିଲେ । ଏମାନଙ୍କର ୫ ବର୍ଷର ଏକ ଝିଅ ରହିଛି । ତେବେ କେଉଁ କାରଣରୁ ରାଧାରାଣୀଙ୍କୁ ହତ୍ୟା କରାଗଲା ତାହା ଅସ୍ପଷ୍ଟ ରହିଛି । ସେହିପରି ସ୍ୱାମୀ ନାରଣ କୁଆଡେ ଗଲେ ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0