spot_img

ବାଇକ ପଛରେ ବସିଲେ ଏଣିକି ପିନ୍ଧିବାକୁ ପଡ଼ିବ ହେଲମେଟ

ଭୁବନେଶ୍ୱର: ବାଇକ ପଛରେ ବସୁଥିଲେ ହୋଇଯାନ୍ତିୁ ସାବଧାନ । କାରଣ ଏଥର ବାଇକ ପଛରେ ବସିଲେ
ପିନ୍ଧିବାକୁ ପଡ଼ିବ ହେଲମେଟ । ପୂର୍ବରୁ ବାଇକ ଚଳାଉଥିବା ବ୍ୟକ୍ତିକୁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହୋଇଥିଲା । ତେବେ ଏଥିରେ ପରିବର୍ତ୍ତନ ହୋଇଛି । ଯଦି ଉଭୟ ହେଲ୍‌ମେଟ୍‌ ପିନ୍ଧି ନଥିବେ, ତା’ହେଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ସାମୟିକ ଭାବେ ବାତିଲ କରାଯିବ। ଆଜି ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି କଟକ ଆର୍‌ଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪୨ଟି ଡିଏଲ୍‌ ସମାୟିକ ଭାବେ ବାତିଲ କରାଯାଇଥିଲା। ଏନେଇ ନେଇ କରାଯାଇଥିବା ଏକ ଟ୍ୱିଟରେ (State Transport Authority) ଏସ୍‌ଟିଏ ପକ୍ଷରୁ ଏହି ସୂଚନା  ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular