spot_img

ପରୀ ମୃତ୍ୟୁ ମାମଲାକୁ ନେଇ ଦୁଇ ସପ୍ତାହ ମାଗିଲେ ଅରୁଣ ବୋଥ୍ରା

ଭୁବନେଶ୍ୱର: ଡ଼ିଜିପି କ୍ୟାମ୍ପରେ ପରୀ ମୃତ୍ୟୁ ମାମଲାକୁ ନେଇ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକ ପରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଏସଆଇଟି ଦ୍ବାରା ପରୀ ମୃତ୍ୟୁ ମାମଲାର ତଦନ୍ତକୁ ମାତ୍ର ୪ ଦିନ ହୋଇଛି । ତଦନ୍ତ ସଂପର୍କରେ କୌଣସି ସୂଚନା ଦେବା ଲାଗି ଅତି କମରେ ୨ ସପ୍ତାହ ସମୟ ଦରକାର । ରାଜ୍ୟ ସରକାର ଓ ଡିଜି ତଦନ୍ତ ପାଇଁ ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ଲୋକଙ୍କର ମଧ୍ୟ ଏସଆଇଟି ଉପରେ ଭରସା ଥିବା କଥା ଶ୍ରୀ ବୋଥ୍ରା କହିଛନ୍ତି । ସୂଚନା ଥାଉ କି ପରୀ ହତ୍ୟାକାରୀକୁ ଏସଆଇଟି ଖୋଜୁଛି । ପରୀ ହତ୍ୟାକାରୀକୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଛି ତଦନ୍ତକାରୀ ଟିମ୍ । ସୂଚନା ଅନୁସାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଘଟଣାର ବିଭିନ୍ନ ଦିଗ ଉପରେ ଯାଞ୍ଚ ଚାଲିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular