ମୁମ୍ବାଇ: ଇ-ମେଲ ବିବାଦକୁ ନେଇ କଙ୍ଗନା ରଣୌତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଅଭିନେତା ହ୍ରିତିକ ରୋଶନଙ୍କୁ କ୍ରାଇମବ୍ରାଞ୍ଚ ଆଜି ଜେରା କରିଛି। ପ୍ରାୟ ଦୁଇ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟରେ ହ୍ରିତିକଙ୍କୁ ଅଧିକାରୀମାନେ ପଚରାଉଚରା କରିବା ସହିତ ତାଙ୍କ ବୟାନ ରେକର୍ଡ କରିଛନ୍ତି। ଜେରା ପରେ କାର୍ୟ୍ୟାଳୟକୁ ବାହାରକୁ ବାହାରିବା ସମୟରେ ହ୍ରିତିକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ନ ଦେଇ ନୀରବ ରହିଥିଲେ। ତେବେ ୨୦୧୬ ମସିହାରେ କଙ୍ଗନାଙ୍କ ଇ-ମେଲ ଆକାଉଣ୍ଟରୁ ହ୍ରିତିକଙ୍କୁ ୧୦୦ରୁ ଅଧିକ ମେଲ୍ ମିଳିଥିବା ଅଭିଯୋଗ ହୋଇଥିଲା। ହି ମାମଲାର ତଦନ୍ତ ଜାରି ରହିଛି। ହ୍ରିତିକଙ୍କ ଅଭିଯୋଗ ଯେ, ୨୦୧୩ରୁ ୨୦୧୪ ମଧ୍ୟରେ କଙ୍ଗନାଙ୍କ ଆକାଉଣ୍ଟରୁ ୧୦୦ ଇ-ମେଲ୍ ମିଳିଥିଲା। ଏହାକୁ ନେଇ ହ୍ରିତିକ ସାଇବର ସେଲ୍ରେ ଏକ ଅଭିଯୋଗ ଦାଖଲ କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0