spot_img

ବିନିକା ସହର ଆଜିଠାରୁ ୭୨ ଘଣ୍ଟିଆ ସଟଡାଉନ୍

ବିନିକା: ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁଦିନ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା । ଜିଲ୍ଲାରେ ୧୨ ଶହ ଡେଇଁ ସାରିଲାଣି କରୋନା ପଜିଟିଭଙ୍କ ସଂଖ୍ୟା । ଗତକିଛି ଦିନ ହେଲା ବିନିକା ସହରରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିଚାଲିଛି । ତେବେ କରୋନାକୁ ପ୍ରତିହତ କରିବାପାଇଁ ବିନିକା ବଣିକସଂଘ ସମ୍ପାଦକ ସନ୍ତୋଷ କୁମାର ଅଗ୍ରୱାଲଙ୍କ ଆହ୍ବାନ କ୍ରମେ ବିନିକା ସହରର ବଣିକ ସଂଘ,ଗ୍ୟାରେଜ ସଂଘ,ଡେଲି ମାର୍କେଟ ସଂଘ, ଲାୟନ୍ସ କ୍ଲବ, ନୂତନ ବସଷ୍ଟାଣ୍ଡ ସଂଘ ତରଫରୁ ଏକ ବୈଠକ ଚନ୍ଦ୍ରମା ହୋଟେଲଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୧ ତାରିଖ ସକାଳ ୬ ଟାରୁ ୭୨ ଘଣ୍ଟା ପର୍ୟ୍ୟନ୍ତ ତିନିଦିନ ଯାଏ ବିନିକା ସହରକୁ ସଟଡାଉନ୍ କରିବା ପାଇଁ ପ୍ରସ୍ତାବ ନେଇ ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକଙ୍କୁ ଲିଖିତ ଅନୁରୋଧ କରିଥିଲେ । ଏଇ ସଟଡାଉନରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular