ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଚା ଜଣାଇଛନ୍ତି । ଗତକାଲି ସିବିଏସଇର ଦ୍ୱାଦଶ ରେଜଲ୍ଟ ବାହାରିଥିଲା । ଚଳିତ ବର୍ଷ କୋଭିଡ ୧୯ ମହାମାରୀ ଭିତରେ ସିବିଏସଇର କିଛି ପରୀକ୍ଷା ହୋଇଥିବା ବେଳେ କିଛି ସ୍ଥଗିତ ହୋଇଥିଲା । ପରବର୍ତୀ ସମୟରେ ଜୁଲାଇ ୧ରୁ ୧୫ ଭିତରେ ପରୀକ୍ଷା ହେବାକୁ ବିଜ୍ଞପ୍ତି ପ୍ରକାଶ ପକାଇଥିଲା । ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ମାର୍କକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡିକର ମାର୍କ ଦିଆଯିବାକୁ ସ୍ଥିର ହୋଇଥିଲା ।ସେହି ହିସାବରେ ସେମାନଙ୍କୁ ମାର୍କ ଦିଆଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0