ବଲିଉଡ଼୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଇନଷ୍ଟାଗ୍ରାମ୍ ପୋଷ୍ଟରେ ତାଙ୍କର ବାୟୋଗ୍ରାଫି ପୁରା ହୋଇସାରିଥିବା ନେଇ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ତାଙ୍କର ପ୍ରଶଂସକମାନେ ଏହାକୁ ପଢ଼ିବାର ସୁଯୋଗ ପାଇବେ । ଏହାକୁ ନେପ୍ତାଙ୍କ ପ୍ରଶଂସକମାନଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି । ଏଇଠି କହିରଖୁଛୁ କି ପ୍ରିୟଙ୍କାଙ୍କ ବ୍ୟତୀତ ଅନ୍ୟ ତାରକାମାନଙ୍କ ବହି ମଧ୍ୟ ବଜାରକୁ ଆସିସାରିଛି । ଭିନ୍ନ ଭିନ୍ନ କାରଣରେ ଚର୍ଚ୍ଚାରେ ମଧ୍ୟ ରହିଛି ।
ବଲିଉଡ଼୍ର ପ୍ରଖ୍ୟାତ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ବାୟୋଗ୍ରାଫିର ନା ‘ଆନ୍ ଅନସୁଇଟେବଲ ବଏ’ । ଏହାର ରିଲିଜ ହେବା ପରେ ବହୁତ ସମୟ ଚର୍ଚ୍ଚାରେ ଥିଲା । ଏଥିରେ ସେ ନିଜର ସେକ୍ସୁଆଲିଟି ଉପରେ ବହୁତ କଥା ଖୋଲି କହିଥିଲେ । ଦିବଙ୍ଗତ ଅଭିନେତା ରିଷି କପୁରଙ୍କ ବାୟୋଗ୍ରାଫିର ନା ‘ଖୁଲମଖୁଲ୍ଲା’ । ଏହି ବହିରେ ରିଷି କପୁରଙ୍କ ଜୀବନର ଅନେକ ଫର୍ଦ୍ଦ ସାମ୍ନାକୁ ଆସିଥିଲା । ଏହି ବହିରେ ସେ ଅଣ୍ଡର୍ୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମଙ୍କ ସହ ସାକ୍ଷାତକାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ବୈଜୟନ୍ତୀ ମାଲାଙ୍କ ବହି ‘ବଣ୍ଡିଙ୍ଗ୍- ଏ ମେମୋର’ ୨୦୦୭ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ସେ ନିଜ ବ୍ୟକ୍ତିଗତ ଓ ପେଶାଦାର ଜୀବନୀ ବିଷୟରେ ଅନେକ କିଛି ଲେଖିଥିଲେ । ମମତା କୁଲକର୍ଣ୍ଣିଙ୍କର ଆତ୍ମଜୀବନୀ ‘ଏକ୍ ୟୋଗିନୀ କି ଜୀବନୀ’ ନାମରେ ଆସିଥିଲା । ଏଥିରେ ସେ ସିନେମାରୁ ଯୋଗ ଓ ଧ୍ୟାନ ସାଧନା ପ୍ରତି ଆକର୍ଷିତ ହେବା ବିଷୟରେ ବିଶଦ୍ ଭାବେ ବର୍ଣ୍ଣନା କରିଛନ୍ତି । ବହୁ ଚର୍ଚ୍ଚିତ ବରିଷ୍ଠ କଳାକାର ନାସିରୁଦ୍ଦିନ ଶାହାଙ୍କ ଜୀବନୀ ହେଉଛି ‘ଆଣ୍ଡ୍ ଦେନ୍ ୱାନ୍ ଡେ’ । ସେ ନିର୍ଭୀକ ଭାବେ ଯେପରି କଥା କହିଥାଆନ୍ତି, ସେହିପରି ଭାବେ ସେ ବହିରେ ମଧ୍ୟ ବର୍ଣ୍ଣନା କରିଛନ୍ତି ।

ଆୟୁଷ୍ମାନ୍ ଖୁରାନା ବର୍ତ୍ତମାନ ସମୟର ଜଣେ ସଫଳ କଳାକାର । ବଲିଉଡ଼୍ ଇଣ୍ଡଷ୍ଟ୍ରୀରେ ଜଣେ ଆଉଟ୍ ସାଇଡର ହୋଇ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ । ତାଙ୍କ ଆତ୍ମଜୀବନୀର ନା ‘କ୍ରାକିଙ୍ଗ୍ ଦି କୋଡ୍’ । ବହିଟିରେ ସେ ନିଜ ସଂଘର୍ଷର କାହଣୀ ବର୍ଣ୍ଣନା କରିଛନ୍ତି । ଏକ ସମୟରେ ବଲିଉଡ୍ର ସୁପରଷ୍ଟାର ଥିବା ଦିଲ୍ଲ୍ୀପ କୁମାରଙ୍କର ଆତ୍ମଜୀବନୀର ନାଁ ହେଉଛି ‘ଦିଲିପ୍ କୁମାର- ଦି ସବ୍ଷ୍ଟାନ୍ସ ଆଣ୍ଡ୍ ଦି ସାଡୋ’ । ବହୁତ କମ୍ ବୟସରେ କରୀନା କପୁର ଖାନ୍ଙ୍କ ବହି ରିଲିଜ୍ ହୋଇସାରିଛି । ନିଜ ଷ୍ଟାଇଲ ଓ ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କରୀନାଙ୍କ ବହିର ନା ‘ଦି ଷ୍ଟାଇଲ ଡାଏରୀ ଅଫ୍ ଏ ବଲିଉଡ଼୍ ଦିଭା’ । ଜାଭେଦ ଅଖତରଙ୍କ ଆତ୍ମଜୀବନୀ ହିନ୍ଦୀରେ ପ୍ରକାଶିତ ହୋଇଥିଲା । ରିୟଲ ଲାଇଫରେ ନିଜ ନିର୍ଭୀକ ଅନ୍ଦାଜ ପାଇଁ ପରିଚିତ ଜାଭେଦଙ୍କ ଆତ୍ମଜୀବନୀର ନା ‘ତର୍କଶ୍’ । ଚିରସବୁଜ ଅଭିନେତା ଦେବାନନ୍ଦଙ୍କ ଆତ୍ମଜୀବନୀର ନାଁ ‘ରୋମାନ୍ସିଙ୍ଗ୍ ୱିଥ୍ ଲାଇଫ୍’ । ଏଥିରେ ତାଙ୍କ ଜୀବନର ଅନେକ ଅଜଣା କଥା ସାମ୍ନାକୁ ଆସିଥିଲା । ବଲିଉଡ୍ରେ ସଫଳ ଖଳନାୟକର ଭୂମିକାରେ ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନରେ ରାଜ୍ କରିଥିଲେ ପ୍ରେମ୍ ଚୋପ୍ରା । ପ୍ରେମ୍ଙ୍କ ବାୟୋଗ୍ରାଫି ତାଙ୍କ ଫିଲ୍ମର ଏକ ପ୍ରସିଦ୍ଧ ସଂଳାପ “ପ୍ରେମ୍ ନାମ୍ ହୈ ମେରା, ପ୍ରେମ୍ ଚୋପ୍ରା’ ନାମରେ ରଖାଯାଇଥିଲା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0