ବ୍ରହ୍ମପୁର : ହ୍ମପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ କରୋନା ଭାଇରସ ଓ ଲକଡାଉନ୍ ପାଇଁ ପରୀକ୍ଷାରେ କିଛିଟା ବିଭ୍ରାଟ ଉପୁଜିଥିଲା । ଏପରିକି ଖାତା ଦେଖା ମଧ୍ୟ ପ୍ରଭାବିତ ହୋଇଥିଲା ।
ତେବେ ସବୁ ସତ୍ତ୍ୱେ ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ୍ ପାସ୍ ହାର ରହିଛି ୯୧.୭୩ ପ୍ରତିଶତ ।
କଳା, ବିଜ୍ଞାନ, ବାଣିଜ୍ୟ ତିନୋଟି ବିଭାଗର ମୋଟ ୨୦୭୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୮୯୯୧ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । କଳାରେ ୧୪୦୭୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୨୦୭ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବା ଜଣାପଡିଛି । ବିଜ୍ଞାନରେ ପାସ୍ ହାର ୮୬.୬୬ ପ୍ରତିଶତ । ଏଥିରେ ୫୫୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୮୦୨ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସେହିପରି ବାଣିଜ୍ୟରେ ୧୦୮୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୮୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ଜଣାପଡିଛି ।
ଏଥର କଳାରେ ମୋଟ୍ ୯୩.୮୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବିଜ୍ଞାନରେ ୮୬.୬୬ ଓ ବାଣିଜ୍ୟରେ ୯୦.୧୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0