ରାଉରକେଲା: ଉଦ୍ଧାର ହେଲେ ବୀରମିତ୍ରପୁର ଗଣଦୁଷ୍କର୍ମ ପୀଡ଼ିତା ନାବାଳିକା । ବୀରମିତ୍ରପୂର ଥାନା ଝୁରମୁର ଗାଁ ନିକଟରୁ ନାବାଳିକାଙ୍କୁ ଗତ ରାତିରେ ଉଦ୍ଧାର କରାଯାଇଛି । ତାଙ୍କୁ ଉଦ୍ଧାର କରାଯାଇ ପୁଣି ଏସଓଏସ ଶିଶୁ ଭିଲେଜ୍ରେ ରଖାଯାଇଛି । ଶନିବାର ଦିନ ଉକ୍ତ ନାବାଳିକା ଫେରାର ଥିବା କଥା ସାମ୍ନାକୁ ଆସିଥିଲା । ପୋଲିସ ସୂଚନା ପାଇ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିବା ପରେ ନାବାଳିକାଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରାଇବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ପୋଲିସ ତତ୍ପରତା ଦେଖାଇଥିଲା । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ମିଳିଥିବା ବେଳେ ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ପରେ ତାଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0