ଭୁବନେଶ୍ୱର: ପୁଣି ବରମୁଣ୍ଡା ବ୍ରିଜ୍ ନିକଟ ଡ୍ରେନ୍ରୁ ଅଜଣା ମୃତଦେହ ଉଦ୍ଧାର । କ୍ଷତାକ୍ତ ଅବସ୍ଥାରେ ମୃତଦେହକୁ ଜବତ କରିଛି ଖଣ୍ଡିଗିରି ଥାନା ପୋଲିସ । ମୃତକର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରୁ କଳା ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକ୍ ଜବତ ହୋଇଛି । ଏହା ହତ୍ୟା ନା ଦୁର୍ଘଟଣା ସେନେଇ ତଦନ୍ତ କରୁଛି ପୋଲିସ ।
ମୃତଦେହର ବେକରେ କଡ଼ା ଦାଗ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ପାରିପାର୍ଶ୍ୱିକ ପରିସ୍ଥିତିରୁ ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି । ଗାଡ଼ି ନମ୍ବରରୁ ମାଲିକର ନାଁ ସୁବ୍ରତ ଧଳ ବୋଲି ଜଣାପଡ଼ିଛି । ତେବେ ଏହା ପୂର୍ବରୁ ଏହି ନାଳରୁ ଏକ କଟା ଗୋଡ଼ ମିଳିଥିଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ଏବେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଏହାକୁ ନେଇ ସନ୍ଦେହ ଉପୁଜିଛି ।
ସେହିଭଳି କଟକ ମେରିଆ ବଜାର ମୁଖ୍ୟ ନଳାରୁ ଏକ ଅଜଣା ଶବ ଉଦ୍ଧାର ହୋଇଛି । ନାଳରେ ଶବଟି ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସ ଓ ସିଏମ୍ସି କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ପରେ ପୁରୀଘାଟ ପୋଲିସ ସେଠାରେ ପହଞ୍ଚି ସଫେଇ କର୍ମଚାରୀଙ୍କ ସହାୟତାରେ ଶବଟିକୁ ନାଳରୁ ବାହାର କରିଥିଲେ । ଶବଟି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇ ଥିବା ବେଳେ ଏହାର ବ୍ୟବଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0