ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରକୁ ୩ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନ ୧୭ ତାରିଖ ସକାଳ ୬ଟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି। କୋଭିଡ ୧୯ର ସଂକ୍ରମଣ ବୀରମିତ୍ରପୁରରେ ଥମି ନଥିବାରୁ ପୌରାଞ୍ଚଳରେ ସଟଡାଉନ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ବୁଧବାର ସକାଳେ ବୀରମିତ୍ରପୁରର ଜଣେ ୪୦ ବର୍ଷୀୟ ମହିଳା ରାଉରକେଲା କୋଭିଡ ହସ୍ପିଟାଲରେ ଆଖି ବୁଜିଛନ୍ତି। ଏବେ ତାଙ୍କର ଦାହ ସଂସ୍କାର କୋଭିଡ ଗାଇଡ଼ ଲାଇନ ଅନୁସାରେ ହେଉଛି । ସୂଚନାଯୋଗ୍ୟ, ପୂର୍ବରୁ କୋଭିଡ ସଂକ୍ରମଣ ରୋକିବାକୁ ୧୦ ତାରିଖ ସନ୍ଧ୍ୟା ୬ଟାରୁ ୧୩ ତାରିଖ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ୩ ଦିନ ବୀରମିତ୍ରପୁର ପୌରାଞ୍ଚଳକୁ ସଟଡାଉନ କରାଯାଇଥିଲା।



Visitors Today : 6
Total Visitors : 130579
Total Views : 9892135
Visitors Online Now : 0