ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଅନେକ ଚଳଚ୍ଚିତ୍ର ନିର୍ମାତା ସୁଶାନ୍ତଙ୍କ ଜୀବନୀକୁ ଆଧାର କରି ଫିଲ୍ମ କରିବେ ବୋଲି ଘୋଷଣା କରିଥିଲେ । ତେବେ ଚଳଚ୍ଚିତ୍ରର ନିର୍ମାତା ବିଜୟ ଶେଖର ଗୁପ୍ତାଙ୍କ ଦ୍ୱାରା ସୁଶାନ୍ତଙ୍କ ଜୀବନୀକୁ ଆଧାର କରିି
“ସୁଇସାଇଡ୍ ଅର୍ ମର୍ଡର: ଏ ଷ୍ଟାର ୱାଜ ଲଷ୍ଟ” ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏବଂ ଏଥିରେ ମୁଖ୍ୟ ଭୂମିକାରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ଟିକ୍-ଟକ୍ ଷ୍ଟାରଙ୍କୁ ଦେଖିବାକୁ ମିଳୁବ । ତେବେ ବିଜୟ ଶେଖର ଗୁପ୍ତା ଏହି ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରଥିଲେ । ଏବଂ କ୍ୟାପସନରେ ‘ଏକ ଛୋଟ ସହରରୁ ଆସୁଥିବା ଜଣେ ଯୁବକ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ନାଁ କମାଇଲେ । ଏହା ହେଉଛି ତାଙ୍କର ଯାତା୍ର ବୋଲି ଲେଖିଛନ୍ତି ।
ମୁମ୍ବାଇ ଏବଂ ପଞ୍ଜାବରେ ଏହି ଫିଲ୍ମର ସୁଟିଂ ହେବ । ସେପ୍ଟେମ୍ବର ମାସରେ ଆରମ୍ଭ ହୋଇ ୨୦୨୦ ଶେଷ ସୁଧା ଫିଲ୍ମ ରିଲିଜ ହୋଇପାରେ ବୋଲି ଏହାର ପ୍ରଯୋଜକ କହିଛନ୍ତି । ତେବେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ଭାବେ ଟିକ୍-ଟକ୍ ଷ୍ଟାର ସଚିନ ତିୱାରୀ ଅଭିନୟ କରିବେ ବୋଲି ଜଣାପଡିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0