spot_img

ଟିକାକୁ ମଞ୍ଜୁରୀ ମିଳିବା ପରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭାରତର ଏଭଳି ସଫଳତାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ ଭାରତ ଯେଭଳି ଭାବେ କରୋନା ଲଢେଇରେ ନିଜର ପାରଦର୍ଶିତା ଦେଖାଇଲା ତାହାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ବି ଭାରତକୁ ସ୍ୱାଗତ ଜଣାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ କ୍ଷେତ୍ରପାଳ ସିଂ କହିଛନ୍ତି କି, କରୋନା ଲଢେଇରେ ଭାରତ ବେସ ଭଲ ପ୍ରଦର୍ଶନ କରିଛି । ଭାରତ ସରକାର ଠିକ ସମୟରେ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ଭାରତଭଳି ଜନସଂଖ୍ୟା ବହୁଳ ରାଷ୍ଟ୍ରରେ କରୋନା ଭୟାବହତାକୁ ରୋକାଯାଇ ପାରିଛି । ଅନ୍ୟପଟେ ୨ ଟି ଟିକାକୁ ମଞ୍ଜୁରୀ ମଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଯୋଗେ କହିଛନ୍ତି କି ଭାରତୀୟ ମାନେ ଗର୍ବ କରିବା ଉଚିତ ଯେ ଯେଉଁ ୨ ଟି ଟିକାକୁ ମଞ୍ଜୁରୀ ମିଳିଛି ତାହା ଭାରତରେ ପ୍ରସ୍ତୁତ କରାଯାଇଛି । ଏହା ଅତ୍ମନିର୍ଭର୍ର ଭାରତର ସ୍ୱପ୍ନ ପୁରା କରିବାରେ ଦେଶରେ ବୈଜ୍ଞାନିକ ମାନଙ୍କ ତ୍ୟାଗ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular