ନୁ୍ୟର୍କ: ୨୦୨୦ରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଶହେ ଲୋକଙ୍କ ତାଲିକାରେ ରହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଆମେରିକା ଟାଇମ୍ ମାଗାଜିନରେ ରିପୋର୍ଟ ପ୍ରକାଶ ପାଇଛି । ସେହିପରି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି । ସବୁଠାରୁ ବଡ କଥା ହେଲା ଏହି ତାଲିକାରେ ତାଇୱାନ ଭଳି ଛୋଟିଆ ଦେଶର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ସ୍ଥାନ ପାଇଛନ୍ତି । ଭାରତୀୟଙ୍କ କଥା କହିଲେ ଏହି ତାଲିକାରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ, ବଲିଉଡ କଳାକାର ଆୟୁଷ୍ମାନ ଖୁରାନା, ଏଚ.ଆଇ.ଭି ଗବେଷକ ରବିନ୍ଦ୍ର ଗୁପ୍ତା, ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ମଧ୍ୟ ସାମିଲ ଅଛନ୍ତି । କେବଳ ସେତିକି ନୁହେଁ, ଶାହିନ୍ ବାଗ ପ୍ରଦର୍ଶନର ଅଂଶ ହୋଇଥିବା ବିଲକିସ୍ ବାନୋ ଦାବି ବା ଦବଙ୍ଗ ଦାଦି ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0