spot_img

ସମୀର ଓ୍ୱାଙ୍ଖେଡେଙ୍କ ପାଇଁ ବଢିଲା ଅଡୁଆ

ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖେଡେଙ୍କ ପାଇଁ ବଢିଲା ଅଡୁଆ । ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅ ସମୀରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବିନା ଦୋଷରେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ ଅଧିକାରୀ ଅନନ୍ତ କେନଜାଲେଙ୍କ ପୁଅ ଶ୍ରେୟସଙ୍କୁ ଏନସିବି ଗଞ୍ଜେଇ ସେବନ ଅଭିଯୋଗରେ ଗତ ଜୁନ ମାସରେ ଧରିଥିଲା । ଏପରିକି ଶ୍ରେୟସଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିବା ଅଭିଯୋଗ ହୋଇଥିଲା ।କିନ୍ତୁ ଏନସିବି ଯେଉଁ ରିପୋର୍ଟ ଦାଖଲ କରିଥିଲା ସେଥିରେ ସମୀରଙ୍କ ନାଁ ନଥିଲା । ଅର୍ଥାତ ସମୀର ଚଢଉ ବେଳେ ଉପସ୍ଥିତ ନଥିଲେ ବୋଲି କୁହାଯାଇଥିଲା । କିନ୍ତୁ ସିସିଟିଭି ଫୁଟେଜରେ ସମୀର ସ୍ପଷ୍ଟ ଭାବେ ଦେଖାଯାଉଥିଲେ । ସେ ରାତି ୧୦ଟା ୫୦ରେ ସେଠାରୁ ବାହାରିଥିବା ଦେଖିବାକୁ ମିଳିଥିଲା । ଏହାପରେ ପୂର୍ବତନ ଅଧିକାରୀଜଣଙ୍କ ତାଙ୍କ ପୁଅଙ୍କୁ ମିଛରେ ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଜୟଦ ରାଣା ନାମକ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି । ବ୍ୟକ୍ତିଗତ ଶତ୍ରୁତା କାରଣରୁ ସମୀର ତାଙ୍କ ଘରେ ଚଢଉ କରିଥିବା ଓ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ପାଖରେ ବ୍ୟବସାୟକ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଗଞ୍ଜେଇ ଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular