spot_img

ଗଣିଆ ବଜାରରେ କାଞ୍ଜିଆହୁଡା ପାଇଁ ଦାବି

ଗାଇ ଗୋରୁ ଙ୍କ ଚରାଭୂଇଁ ପାଲିଟିଛି ଗଣିଆ ବଜ଼ାର । ଗଣିଆ ବଜ଼ାର ଦେଇ ଯାଇଥିବା ଜାତୀୟ ରାଜପଥ ର ବିଭିନ୍ନ ସ୍ଥାନ ରେ ମାଳ ମାଳ ଗାଇ ଗୋରୁ ଘୁରି ବୁଲୁଛନ୍ତି, ଗୋରୁ ମାଲିକ ମାନେ ବେଫିକର ଥିବା ବେଳେ ବଜ଼ାର ଉପରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ବୃଦ୍ଧି ପାଉଛି । ଗୋରୁ ଗାଇ ମାନଙ୍କର ପ୍ରାଣ ହାନି ଘଟୁ ଥିବା ବେଳେ ଚେତୁ ନାହାନ୍ତି ଗୋରୁ ମାଲିକ । ହେଲେ ପଂଚାୟତ ତରଫରୁ ସମ୍ପୁକ୍ତ ଗୋରୁ ମାଲିକ ଙ୍କ ବିରୁଦ୍ଧରେ କୌଣସି କାଯ୍ୟନୁଷ୍ଠାନ ନେଉନାହାନ୍ତି । କାଞ୍ଜିଆ ହୁଡ଼ା ନଥିବାରୁ ଗୋରୁ ମାଲିକ ଙ୍କ ମନମାନୀ ବୃଦ୍ଧି ପାଉଛିା ପଂଚାୟତ ରେ କାଞ୍ଜିଆ ହୁତା ରହି ଥିଲେ ମଧ୍ୟ କିଛି ଅସାଧୁ ବ୍ୟକ୍ତି ମାନେ ଜବର ଦଖଲ କରିଛନ୍ତି । ପ୍ରଶାସନ ଅଧିକାରୀ ମାନେ କୌଣସି ପଦକ୍ଷେପ ନ ନେଇ କୁଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି, ଗଣିଆ ବଜ଼ାର ଉପରେ ବୁଲୁଥିବା ଗାଈ ଗୋରୁ ଙ୍କର ମାଲିକ ଉପରେ କେବେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ଓ କେବେ କାଞ୍ଜିଆ ହୁତା ଜବର ଦଖଲ ଉଛେଦ ହେବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular