କଟକ ଜିଲ୍ଲା ନରସିଂହପୁର ରେ ବିଜୁ ଯୁବ ଛାତ୍ର ଜନତା ଦଳ ନରସିଂହପୁର ରେ ଖୁବ୍ ଜୋରଦାର ବିକ୍ଷୋଭ କରିଛନ୍ତି।ରନ୍ଧନ ଗ୍ୟାସ ର ଅହେତୁକ ଦର ଦାମକୁ ବିରୋଧ କରି ତାହାର ପ୍ରତିବାଦରେ ନରସିଂହପୁର ର ଜଗନ୍ନାଥ ମନ୍ଦିର ରୁ ପାଖା ପାଖି ୫୦୦ ରୁ ଉର୍ଦ୍ଧ ବିଜୁ ଯୁବ ଛାତ୍ର ଜନତା ଦଳ ର କର୍ମୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରିବା ସହିତ ଏକ ମୋଟର ସାଇକଲ ରାଲି ନରସିଂହପୁର ଟାଉନ ପରିକ୍ରମା କରି ନରସିଂହପୁର ବ୍ଲକ ସମ୍ମୁଖରେ ପହଞ୍ଚିଥିଲା।ସେଠାରେ ଏକ ସଭାର ଆୟୋଜନ କରାଯାଇଥିବା ବେଳେ ଧାରଣା ମଧ୍ୟ ଦିଆଯାଇଥିଲା।ଏହି ସଭା ରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିବା ସହିତ ନରସିଂହପୁର ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଏବଂ ଜିଲ୍ଲାପରିଷଦ ସଭ୍ୟ ନିର୍ମଳ କୁମାର ଜେନା ଏବଂ ବାଲିସାହି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶକ୍ତି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଏହି ସଭା ରେ ମୋଦି ସରକାରଙ୍କ ଉପରେ ତୀବ୍ର ନିନ୍ଦା କରିବା ସହ ରନ୍ଧନ ଗ୍ୟାସ ଦର ନକମାଇଲେ ଆଗକୁ ଏହି ଲଡ଼େଇ ଜୋରଦାର ହବ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ।ପରିଶେଷ ରେ ବିଜୁ ଜନତା ଦଳ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ନରସିଂହପୁର ବିଡିଓ ପ୍ରଦୀପ କୁମାର ସାହୁ ଙ୍କୁ ଦିଆଯାଇଥିଲା।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0