କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆଜି ପଞ୍ଜାବରେ ପୌରନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଂଗ୍ରେସକୁ ବଡ ବିଜୟ ମିଳିଥିବାବେଳେ ବିଜେପି ଓ ଅକାଳୀ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରାର୍ଥୀକୁ ମାତ୍ର ୯ଟି ଭୋଟ ମିଳିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ନିର୍ବାଚନରେ ଗୁରୁଦାସପୁର ନଗରପାଳିକା ପରିଷଦର ୧୨ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ଥିବା କିରଣ କୌରଙ୍କୁ ମାତ୍ର ୯ ଜଣ ଭୋଟର ଭୋଟ ଦେଇଥିଲେ । ଯାହା ଫଳରେ ସେ ଲଜ୍ଜାଜନକ ପରାଜୟ ଭୋଗିଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ଜଣକ ଇଭିଏମ୍ ହେରଫେର୍ କରିଥିବା ସେ ଅଭିଯୋଗ କରିଛନ୍ତି । କିରଣ କୌରଙ୍କ କହିବାମୁତାବକ ତାଙ୍କ ନିଜ ପରିବାର ସଦସ୍ୟଙ୍କ ସଂଖ୍ୟା ପାଖାପାଖି ୨୦ ହେବ । ହେଲେ ତାଙ୍କୁ ମାତ୍ର ୯ଟ ଭୋଟ ମିଳିବା ଯୁକ୍ତିହୀନ । କଂଗ୍ରେସ ନିର୍ବାଚନରେ ହେରଫେର କରିବା ସହିତ ତାଙ୍କୁ ହରେଇଛି ବୋଲି ସେ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0