spot_img

ମୁଖ୍ୟମନ୍ତ୍ରୀଙ୍କ ସମେତ ୬ଜଣଙ୍କ ନାମରେ ଏତଲା ଦେଇଛି ବିଜେପି

ଭଦ୍ରକ: ଆବାସ ଯୋଜନା ଷ୍ଟିକରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଓ ସଚିବଙ୍କ ନାମରେ ଏତଲା ଦେଇଛି ବିଜେପି । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର ଲୋଗୋ ଷ୍ଟିକରିଙ୍ଗ ଉଦ୍ୟମ ଓ ସଂପୃକ୍ତ ଅଧୁକାରୀଙ୍କୁ ଭୁଲ ଲୋଗୋ ଷ୍ଟିକରିଙ୍ଗ କରାଇ ନଦେବାକୁ ହିତାଧିକାରୀଙ୍କୁ ନିବେଦନ କରିବା ସହ ଥାନାରେ ଏତଲା ଦେଇଛି ବିଜେପି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଜେପିର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ ଭଣ୍ଡାରୀପୋଖରୀ ଥାନା ରେ ଲିଖିତ ଏତଲା ଦେଇଛନ୍ତି । ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଷ୍ଟିକର ଚିରିବା ସହ ଷ୍ଟିକର ଓ ମୁଖ୍ୟମନ୍ତ୍ରୀଙ୍କ ଚିଠି କୁ ପୋଡିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular