ଆଳି: ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଳି ଧୋୟାଞ୍ଚଳର ୧୦ ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତ ଗୁଡିକରେ କ୍ଷତିଗ୍ରସ୍ତ ହୋଇଥିବା ବନ୍ୟା ବିପନ୍ନମାନଙ୍କୁ ସରକାରୀ ସହାୟତା ପାଇଁ ବିଜେପି ପ୍ରତିନିଧି ଦଳ ଆଜି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମକୁ ଦାବିପତ୍ର ଦେଇଛି। ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ନିହାର ରଂଜନ ସ୍ବାଇଁ, ଓମପ୍ରକାଶ ପତି,ନବକିଶୋର ବେହେରା, ସ୍ମୃତିରଂଜନ ଦାସ, ବିଭୂପ୍ରସାଦ ମହାନ୍ତି, ବିଷ୍ଣୁ ପ୍ରସାଦ ମହାରଣା, ପ୍ରଦୀପ ବେହେରା ବରାହ ପଣ୍ଡା,ଧୀରେନ୍ଦ୍ର ସାମଲ,ଭଞ୍ଜ କିଶୋର ସାମଲ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ହୋଇ କେନ୍ଦ୍ରୀୟ ଟିମର ମୁଖ୍ୟ ଡ.ବୀରେନ୍ଦ୍ର ସିଂହଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ବନ୍ୟାବିପନ୍ନମାନଙ୍କୁ ନିରପେକ୍ଷ ଭାବରେ କୃଷି,ଗୃହ ନିର୍ମାଣ ସହାୟତା ସହିତ ଅଞ୍ଚଳରେ ବନ୍ୟା କ୍ଷତିଗ୍ରସ୍ତ ନଦୀବନ୍ଧ,ଉଠାଜଳସେଚନ, ବିଦ୍ୟୁତ,ପାନୀୟଜଳ ଉତ୍ସ ଗୁଡିକରେ ପୁନରୁଦ୍ଧାର ପାଇଁ ଏହି ଦାବିପତ୍ରରେ କେନ୍ଦ୍ରୀୟ ଟିମର ଦୃଷ୍ଟି ଆକର୍ଷଣ କରାଯାଇଛି।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0