spot_img

ବିଜେପି ସାଂସଦଙ୍କ ପରାର୍ମଶ..କାଦୁଅରେ ଗାଧେଇବା ସହ ଶଙ୍ଖ ଫୁଙ୍କିବା ଦ୍ୱାରା ବଢିବ ରୋଗ ପ୍ରତିରୋଧକ ଶକ୍ତି..ପାଖ ମାଡିବନି କରୋନା ..

ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ପ୍ରେତ୍ୟକଦିନ ହଜାର ହଜାର ସଂଖ୍ୟକ ବଢିବାରେ ଲାଗିଛି । ଏହାର ଭ୍ୟାକସିନ ପାଇଁ ସାରା ଦେଶ ମିଳିତ ଭାବେ ପ୍ରୟାସ ଜାରି ରଖିଥିବାବେଳେ ବିଜେପି ସାଂସଦ ଏକ ଅଜବ ନୀତି ଉପରେ ଦାବି କରିଛନ୍ତି । ବିଜେପି ସାଂସଦ ସୁଖୀବିର ସିଂହ ଜାଉନୁପୁରିଆ କରୋନାରୁ ମୁକ୍ତି ପାଇବା ପାଇଁ ଏକ ଭିଡିଓ ଭାଇରାଲ କରିଛନ୍ତି । ସେଥିରେ ସେ କହିଛନ୍ତି କାଦୁଅରେ ଗାଧେଇବା ଓ ଶଙ୍ଖ ଫୁଙ୍କିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ଓଷଧ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇନଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଓଷଧ ଖାଇବା ଦ୍ୱାରା କିଛି ଲାଭ ହୋଇନଥାଏ ।ଏଥିସହ ନିଜେ କାଦୁଅରେ ଗାଧେଇଛନ୍ତି ।ଏଥିସହ ଶଙ୍ଖ ଫୁଙ୍କି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢେ ବୋଲି ଦାବି କରିଛନ୍ତିା ଏହାସହ ଘିକୁଁଆରୀ ଖାଇବାକୁ ପରାର୍ମଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular