ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସମ୍ପାଦକ ଦେବେନ ମିଶ୍ର ଆଉ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି । ଗତ ସଂନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ । ପ୍ରାୟ ସାଢେ ୮ଟା ମସୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଆଜି ସକାଳେ ସତ୍ୟ ନଗରରେ ପରିବାର ବର୍ଗଙ୍କ ଉପସ୍ଥତିରେ ସମ୍ପନ୍ନ ହୋଇଛି । ସ୍ୱର୍ଗତ ଦେବେନ ମିଶ୍ର ୮୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ । ସେ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ପୁଅ ମୋର କଳାଠାକୁର’ ଚତଚ୍ଚିତ୍ରରୁ ସମ୍ପାଦକ ଭାବେ କାମ ଆରମ୍ଭ କରିଥିଲେ । ତାଙ୍କୁ ‘ପରଦେଶୀ ଚଢେଇ’ ଓ ‘କାଶିଆ କପିଳା’ ଚଳଚ୍ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ତାଙ୍କର ଦେହାନ୍ତରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0