spot_img

ସୁପରଷ୍ଟାର ରଜନୀକାନ୍ତ ବିଜେପିର ନୂଆ ଚେହେରା

ଚେନ୍ନାଇ: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ଚେନ୍ନାଇ ଗସ୍ତରେ ଯାଇଛନ୍ତି । ଇଓଇଊଗକ ସହ ମେଣ୍ଟ କରି ଆଗାମୀ ନିର୍ବାଚନ ଲଢିବାକୁ ସ୍ପଷ୍ଟ କରିଛି ବିଜେପି । ତେଣୁ ଏଥର ତାମିଲନାଡୁରେ ବିଜେପିର ରଣନୀତି ଆକ୍ରମକ ହେବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ରାତିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଚାରକ ଏସ୍ ଗୁରୁମୂର୍ତ୍ତିଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ଆଲୋଚନା ହେଉଛି । ତାମିଲ ଫିଲ୍ମ ଜଗତର ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୖତିକ ମୁଦ୍ଦାକୁ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ଆରଏସଏସର ତାମିଲନାଡୁ ମୁଖ୍ୟ ଏସ୍ ଗୁରୁମୂର୍ତ୍ତି ରଜନୀକାନ୍ତଙ୍କୁ ଭେଟିଥିଲେ । ତେଣୁ ଶଣିବାକୁ ମିଳୁଛି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ରଜନୀକାନ୍ତ ବିଜେପି ସମର୍ଥନରେ ରାଜନୀତିରେ ଏଣ୍ଟ୍ରି ମାରିପାରନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular