ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦିଲ୍ଲୀ ହିଂସା ମାମଲାରେ ସଂପୃକ୍ତି ଅଭିଯୋଗରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବ ଛାତ୍ର ଉମର ଖାଲିଦଙ୍କୁ ଗିରଫ କରିଛି । ଖାଲିଦଙ୍କୁ ୟୁଏପିଏ ଅନୁସାରେ ଗିରଫ କରାହୋଇଛି । ପୂର୍ବରୁ ସ୍ପୋଶାଲ ସେଲ ଉମର ଖାଲିଦଙ୍କୁ ପଚରାଉଚରା କରିଥିଲା । ମିଳିଥିବା ସୂଚନା ଅନୁସାରେ ଉମର ଖାଲିଦଙ୍କୁ ସମନ ଦିଆଯାଇ ଡକାଯାଇଥିଲା । କିଛି ଘଣ୍ଟା ପଚରାଉଚରା ପରେ ଉମର ଖାଲିଦଙ୍କୁ ଗିରଫ କରାଯାଇଥିଲା । ଉମର ଖାଲିଦଙ୍କୁ ଗିରଫ କରାଯିବା ପରେ ‘ୟୁନାଇଟେଡ଼୍ ଏଗେନଷ୍ଟ ଗ୍ରୁପ’୍ ତା’ର ବୟାନ ଦେଇଛି । ତା’ର କହିବାନୁସାରେ ଦିଲ୍ଲୀ ପୁଲିସ ଖାଲିଦଙ୍କୁ ୧୧ ଘଣ୍ଟା ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି । ଆଉ ଏହି ଯାଞ୍ଚ ଆଢ଼ୁଆଳରେ ଅପରାଧିକ ବିରୋଧ ପ୍ରଦର୍ଶନକୁ ମଧ୍ୟ ଉସୁକାଉଛି । ଏସବୁ ପରେ ମଧ୍ୟ ସିଏଏ ଓ ଏନଆରସି ବିରୋଧରେ ଲଢ଼େଇ ଜାରି ରହିବ । ଦିଲ୍ଲୀ ପୁଲିସ ଖାଲିଦଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ପୂର୍ବରୁ ସେ ଦେଇଥିବା ଭାଷଣ ବିଷୟରେ ମଧ୍ୟ ପଚରାଉଚରା କରାଯାଇଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0