ଅନୁଗୁଳ: ଅନୁଗୁଳ ଜିଲ୍ଲାର ପଥରଗଡ଼ ମଦ ମୃତ୍ୟୁ ମାମଲାରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘଟଣାରେ ଚାରି ଜଣଙ୍କର ମୁଣ୍ଡ ଗଡ଼ିଥିବା ବେଳେ ଏଥିପାଇଁ ଅବକାରୀ ବିଭାଗକୁ ଦଳ ଦାୟୀ କରିଛି। କେବଳ ପଥରଗଡ଼ ନୁହେଁ, ସାରା ଜିଲ୍ଲାରେ ଏବେ ଚାଲିଛି ମଦର ବନ୍ୟା। ଅବକାରୀ ବିଭାଗର ଜ୍ଞାତସାରରେ ଏ ସବୁ ଚାଲିଥିଲା ବୋଲି ଦଳ ଅଭିଯୋଗ କରିଛନ୍ତି। ବିଭାଗର ଅବହେଳା ପାଇଁ ପଥରଗଡ଼ରୁ ଚାରି ମୁଣ୍ଡ ଗଡ଼ିଲା ବୋଲି ଦଳ ଦୋଷାରୋପ କରିଛି। ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାର ବିଚାର ବିଭାଗୀୟ ତଦନ୍ତ ସହିତ ଅନୁଗୁଳ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଗିରଫ ଓ ରାଜ୍ୟ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦେବାକୁ ଦାବି କରିଛି। ସେହିପରି ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ, ଗୁରୁତରଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହୋଇଛି। ପ୍ରତି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇବା ସହିତ ଜିଲ୍ଲାରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦଳ ଦାବି କରିଛି।ଏହି ମର୍ମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0