କେନ୍ଦୁଝର : ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତାଳଡିହ ଛକ ଠାରୁ ଚିଲିକିଧରା ପର୍ୟ୍ୟନ୍ତ ୮କି.ମି ରାସ୍ତା ନିର୍ମାଣ ପାଇଁ ୯ କୋଟି ୧୧ ଲକ୍ଷ ୬୫ ହଜାର ଟଙ୍କା ବ୍ୟୟ ଅଟକଳ ବରାଦ କରାଯାଇଛି । ସହୀଦ ବିରବର ମହାନ୍ତ ଙ୍କ ନାମରେ ସହୀଦ ବିରବର ମାର୍ଗ ନାମିତ କରି ମାନ୍ୟବର ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଉପସ୍ଥିତ ରହି ହରିଚନ୍ଦନ ପୁର ସ୍ଥିତ ତାଳଡିହି ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୯-୦୮-୨୦୦୮ ମସିହା ରେ ଛତିଶଗଡ଼ ନାରାୟଣ ପୁର ଠାରେ ଲ୍ୟାଣ୍ଡ ଲାଇନ ବିସ୍ଫୋରଣ ରେ ଉଜଚୠ ଯବାନ ବିରବର ମହାନ୍ତ ସହୀଦ ହୋଇଥିଲେ । ସହୀଦ ବିରବର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଘଷଣା ଟାଙ୍ଗର ଗ୍ରାମର ଅନାଦି ମହାନ୍ତଙ୍କ ସୁ ପୁତ୍ର । ମୁଖ୍ୟ ରାସ୍ତା ଠାରୁ ଘଷଣା ଟାଙ୍ଗର ଗ୍ରାମ ପର୍ୟ୍ୟନ୍ତ ରାସ୍ତା ଅତି ଖରାପ ଥିବାରୁ ସ୍ଥାନୀୟ ଲୋକମାନେ ଉକ୍ତ ରାସ୍ତା କୁ ନୂତନ ଭାବେ ନିର୍ମାଣ କରିବା ସହ ବିରବର ମାର୍ଗ ନାମରେ ନାମିତ କରିବା ପାଇଁ ପ୍ରତିବର୍ଷ ଶହିଦ ଦିବସରେ ସରକାର ଙ୍କୁ ଦାବି କରୁଥିଲେ।କିନ୍ତୁ ବିଳମ୍ବ ରେ ହେଲେ ମଧ୍ୟ ତାହା ପୂରଣ ହେଇଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦାଣୀ ମୁର୍ମୁ ଏବଂ ୩୨ନଂ ଯୋନ ଜିଲ୍ଲା ପରିଷଦ ଅମର କୁଁଅର ଏ ରାସ୍ତା ଟି ଖୁବଶୀଘ୍ର ଆରମ୍ଭ ହୋଇ ଶେଷ ହେବ ଓ ଖୁବ୍ ଶିଘ୍ର ଏଠାକାର ଅଞ୍ଚଳବାସୀ ପୂର୍ବରୁ ଭୋଗୁଥିବା ଅସୁବିଧା ରୁ ମୁକ୍ତ ହେବେ ବୋଲି କହିଛନ୍ତି । କିନ୍ତୁ ଏ ସମ୍ପର୍କରେ ମନ୍ତ୍ରୀଶ୍ରୀ ପ୍ରେମାନନ୍ଦ ନାୟକ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0