ଦିନକୁ ଦିନ ଦ୍ରୁତ ଜନସଂଖ୍ୟା ବୃଦ୍ଧିଘଟୁଥିବା ବେଳେ,ରକ୍ତ ସଙ୍କଟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ଜିଲା ତଥା ରାଜ୍ୟରେ ରକ୍ତ ଅଭାବ ପାଇଁ ଅନେକ ପ୍ରାଣହାନି ଘଟୁଛି ।ତେଣୁ ସାମ୍ଭାବ୍ୟ ରକ୍ତ ଅଭାବ ଜନିତ କାହାର ଯେମିତି ମୃତୁ ନ ହୁଏ ।ଏହାକୁ ଦୃଷ୍ଟିରେ ରଖି , ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକର ଘୋରଡିଆ ସ୍ଥିତ ରାଧାମୋହନଦେବ ବିଦ୍ୟାପୀଠ ଠାରେ, ଓଡିଶା ମୋ ପରିବାର ଆନୁକୂଲ୍ୟରେ , ଜୀବନ ବିନ୍ଦୁ ଅଭିଯାନରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ରକ୍ତଦାନ ଶିବିରକୁ ଈଔଊ ବିଧାୟକପ୍ରାଥି ରୁଦ୍ରପ୍ରତାପ ମହାରଥୀ ଉଦଘାଟନ କରିବା ଅବସରରେ ,ରକ୍ତଦାନର ଆବଶ୍ୟକ ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ସେହିପରି ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ଈଔଊ ବ୍ଲକ ସଭାପତି ବୈରାଗୀ ଜେନା,ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ସୁଭାସିସ ଖୁଣ୍ଟିଆ ,ସହ ସଂଯୋଜକ ଭଗବାନ ପଢିଆରୀ , ଯୁବ ସ୍ୱେଚ୍ଛାସେବୀ ଶଶୀଶେଖର ରାୟ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନକୁ ଉରଚାହିତ କରିଥିଲେ ।ପୁରୀ ବ୍ଲଡ଼ ବ୍ୟାଙ୍କ ର ଡାକ୍ତର ଦିପକ ସାହୁ ସମେତ କର୍ମଚାରୀ ରହି ୮୦ ୟୁନିଟ ବ୍ଲଡ଼ ସଂଗ୍ରହ କରିଥିଲେ ।ଏହି କାର୍ୟ୍ୟକ୍ରମକୁ ସ୍ୱଦେଶରଞ୍ଜନ ସିଂହ ପରିଚାଳନା କରିଥିଲେ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0