କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ପାଖାପାଖି ବର୍ଷେ ହେବ କୃଷକ ସଂଗଠନ ମାନେ ଆନ୍ଦୋଳନ ଜାରି କରିଛନ୍ତି | ପ୍ରଥମେ ରାଜଧାନୀ ଦିଲ୍ଲୀ ଓ ପରେ ଅନେକ ରାଜ୍ୟରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି | ଆଜି ହରିୟାଣାର କରନାଲ ଠାରେ କୃଷକଙ୍କ ମହାପଞ୍ଚାୟତ ବସିଛି | କର୍ଣ୍ଣାଲ, କୁରୁକ୍ଷେତ୍ର, କୈଥଲ, ଜିନ୍ଦ ଏବଂ ପାନିପଥ ଏହି ୫ଟି ଜିଲ୍ଲାରେ ଇଣ୍ଟରନେଟ ଓ ଏସଏମଏସ ସେବାକୁ ସ୍ଥଗିତ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ହରିୟାଣା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଦିନ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ଏବଂ ଏସ୍ଏମ୍ଏସ୍ ସେବା ବନ୍ଦ ରହିବ। ଏଥିସହ କର୍ଣ୍ଣାଲ ପ୍ରଶାସନ ପାଞ୍ଚ କିମ୍ବା ଅଧିକ ଲୋକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସୂଚାନଯୋଗ୍ୟ ଯେ ଅଗଷ୍ଟ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବୈଠକକୁ ଯାଉଥିବା ନେତାଙ୍କୁ ବିରୋଧ କରି ଏକ କୃଷକ ଗୋଷ୍ଠୀଙ୍କୁ ଜାତୀୟ ରାଜପଥରେ ଯାତାୟାତରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରି ଏକ କୃଷକ ଗୋଷ୍ଠୀ ଉପରେ ଲାଠି ଚାର୍ଜ କରିଥିଲା ପୁଲିସ୍ । ଏଥିରେ ୧୦ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଥିଲେ। ଏହି ଲାଠିମାଡରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିଲା।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0