ଆଗ୍ରା: ଆଗ୍ରାର ସିକନ୍ଦରା ଅଞ୍ଚଳରେ ଥିବା ଦୁଇଟି ରାସାୟନିକ କାରଖାନାରେ ସୋମବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆଖପାଖ ଘରୁ ଲୋକମାନଙ୍କୁ ଖୁବଶୀଘ୍ର ବାହାର କରାଯାଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଗାଡି ପହଞ୍ଚିଛି। ସନ୍ଧ୍ୟା ପର୍ୟ୍ୟନ୍ତ ନିଆଁ ଲିଭା କାର୍ୟ୍ୟ ଜାରି ରହିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଆଗ୍ରା-ଦିଲ୍ଲୀ ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ଏକ ପନିପରିବା ବଜାର ନିକଟରେ ସମୀପ ଟୋପ୍ଲାଷ୍ଟ ଏବଂ ଆଗ୍ରା କେମିକାଲ୍ ନାମକ ଦୁଇଟି ରାସାୟନିକ କାରଖାନା ରହିଛି। ଏହି ଦୁଇଟି କାରଖାନାରେ ନିଆଁ ଲାଗିଯାଇଥିଲା। ଅନେକ ଦୂର ପର୍ୟ୍ୟନ୍ତ ଅଗ୍ନିକାଣ୍ଡର କଳା ଧୂଆଁ ବ୍ୟାପି ଯାଇଥିଲା। ମିଳିଥିବା ସୂଚନା ମୁତାବକ, ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର ଭୟାଭୟତାକୁ ଦେଖି ନିକଟସ୍ଥ ଲୋକଙ୍କୁ ଘରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଆଠଟି ଅଗ୍ନିଶମ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0