କେନ୍ଦୁଝର :କେନ୍ଦୁଝର ଜିଲ୍ଲା ଯୁବ ସାମ୍ବାଦିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହୋଇଛି । କେନ୍ଦୁଝର ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ରେ ରକ୍ତଦାନ ଶିବିର ଆୟୋଜନ ହେବା ସହ ସ୍ଥାନୀୟ କନକ ମଞ୍ଜରୀ ବାଲ ଶିକ୍ଷା ସଂସ୍ଥାନ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସଂଘ ର ସଭାପତି ନାରାୟଣ ସାହୁ, ସଂପାଦକ ଏବଂ ସଂଘ ର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ । ଆଗାମୀ ଦିନରେ ସଂଘ ପକ୍ଷରୁ ଏଭଳି ରକ୍ତଦାନ ଶିବିର ଆୟୋଜନ କରିବା ସହ ଉନ୍ନତି ମୁଳକ କାର୍ଯ୍ୟ ଜାରି ରହିବ ବୋଲି ସଂଘ ର ସଭାପତି ଶ୍ରୀ ସାହୁ କହିଛନ୍ତି । ସାମ୍ବାଦିକ ସଂଘ ପକ୍ଷରୁ ଏଭଳି କାର୍ଯ୍ୟ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0