କଲିକତା: କଂଗ୍ରେସ ଦଳ ଓ ଅସଦୁଦ୍ଦିନ ଓୱାଇସି ମୁହାଁ ମୁହିଁ ହୋଇଛନ୍ତି । ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ନେତାଙ୍କ ବୟାନବାଜି ଆରମ୍ଭ ହୋଇଗଲାଣି ଜ୍ଝ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ଟକ୍କର ହେବାକୁ ଯାଉଥିବାବେଳେ ଏବେ ଏଥିରୁ ଫାଇଦା ନେବାକୁ ଅଣ୍ଟା ଭିଡ଼ିଲେଣି ଅସଦୁଦ୍ଦିନ ଓୱାଇସି ଜ୍ଝ ବିହାର ବିଧାନସଭା ନିର୍ବାଚନରେ ସଫଳତା ପାଇବା ପରେ ଏବେ ପଶ୍ଚିମବଙ୍ଗରେ କିଭଳି ତାଙ୍କ ଦଳ ଜିତାପଟ ହାସଲ କରିବ ସେ ନେଇ ଲାଗିପଡିଛନ୍ତି ଜ୍ଝ ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ ‘ଯେତେବେଳେ ଆମ ଦଳ ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବାକୁ ଘୋଷଣା କଲା ସେତେବେଳେ ବ୍ୟାଣ୍ଡ ବାଜା ପାର୍ଟି, ଯାହାକି ପୂର୍ବରୁ କଂଗ୍ରେସ ଦଳ ଭବରେ ପରିଚିତ ଥିଲା, କହିବା ଆରମ୍ଭ କରିଦେଇଥିଲା ଯେ ଆମ ଦଳ ହେଉଛି ବିଜେପିର ବି ଟିମ ଜ୍ଝ ମମତା ବାନାର୍ଜୀ ବି କହିଛନ୍ତି ଯେ ଆମ ଦଳ ବିଜେପିର ସହଯୋଗୀ ଦଳ ଜ୍ଝ ମୁଁ ପଚାରିବାକୁ ଚାଁହୁଛି ଯେ ମୁଁ କେବଳ କଣ ଜଣେ ଏମିତି ବ୍ୟକ୍ତି ଅଛି ଯାହାକୁ ସେମାନେ ଆକ୍ଷେପ କରିପାରିବେ ଜ୍ଝ ମୁଁ ଲୋକଙ୍କ ସହ ଅଛି, ଆଉ କାହା ସହ ସମ୍ପର୍କ ରଖେ ନାହିଁ ‘ଜ୍ଝ



Visitors Today : 3
Total Visitors : 130169
Total Views : 9891615
Visitors Online Now : 0