ଭାରତକୁ ପୁଣି ଫେରିପାରେ ଟିକ୍ ଟକ୍ । ଟିକ୍ ଟକ୍ର ଭାରତୀୟ ଇଷ୍ଟେଟ୍କୁ ଜାପାନର ସଫ୍ଟବ୍ୟାଙ୍କ୍ କମ୍ପାନୀ କିଣିବାକୁ ପ୍ରସ୍ତୁତି କରୁଛି । ସୂତ୍ର ଅନୁସାରେ ଭାରତୀୟ କମ୍ପାନୀ ସହ ସହଭାଗିତା ପାଇଁ ମଧ୍ୟ ଜାପାନ କମ୍ପାନୀ ଚେଷ୍ଟା କରୁଛି । ଏଥିପାଇଁ ସେ ରିଲାଏନ୍ସ ଜିଓ ଓ ଏୟାରଟେଲ ସହ କଥାବାର୍ତ୍ତା କରୁଛି । ସୂଚନା ଯୋଗ୍ୟ ଯେ ଗତ ଜୁଲାଇ ମାସରେ ରାଷ୍ଟ୍ରୀୟ ସୁରକ୍ଷା ଓ ଗୋପନୀୟତା ଦୃଷ୍ଟିରୁ ଭାରତରେ ଟିକ୍ ଟକ୍ ବ୍ୟାନ୍ କରାଯାଇଥିଲା । ଟିକଟକ୍ର ମୂଳ କମ୍ପାନୀ ବାଇଟ୍ ଡାନ୍ସ କମ୍ପାନୀ ପ୍ରଥମରୁ ଏହି ଜାପାନୀ କମ୍ପାନୀର ଭାଗୀଦାର ଅଛି । ଜାପାନ କମ୍ପାନୀ ସଫ୍ଟବ୍ୟାଙ୍କ ଭାରତରେ ଓଲା କ୍ୟାବ୍, ସ୍ନାପ୍ ଡିଲ, ଓୟୋ ରୁମ୍ ସହ ମଧ୍ୟ ନିବେଶ କରିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0