ଭୁବନେଶ୍ୱର: ବ୍ରିଟେନ ଫେରନ୍ତାଙ୍କ ତାଲିକା ପାଇଛି ବିଏମସି । ବିଏମସି ଅଞ୍ଚଳକୁ ମୋଟ୍ ୬୨ ଜଣ ବ୍ରିଟେନରୁ ଆସିଛନ୍ତି । ୬୨ ଜଣଙ୍କ ମଧ୍ୟରୁ ୫୦ ଜଣଙ୍କ ସହିତ ସରକାରଙ୍କ ପକ୍ଷରୁ ସମ୍ପର୍କ ସ୍ଥାପନ କରାଯାଇଥିବା ୧୨ ଜଣଙ୍କ ଏଯାଏଁ ପତ୍ତା ମିଳିପାରିନାହିଁ । ତେବେ ଚିହ୍ନଟ ୫୦ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ଟେଷ୍ଟିଂ ସରିଥିବା ବେଳେ ପୂର୍ବରୁ ମଧ୍ୟ ୧୫ ଜଣଙ୍କ ଟେଷ୍ଟିଂ ସରିଛି । ବାକି ୨୦ ଜଣଙ୍କର ଆଜି ଟେଷ୍ଟ କରାଯିବ । ଯଦି ରିପୋର୍ଟ ପଜିଟିଭ ଆସେ ତେବେ ରିପୋର୍ଟ ପୁନେ ପଠାଯିବ । ତେବେ ରାଜଧାନୀବାସୀ ଭୟଭୀତ ନହେବାକୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି । ବ୍ରିଟେନରୁ ଫେରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ପରିବାର ସଦସ୍ୟଙ୍କୁ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0