ଭୁବନେଶ୍ବର: ସିଲ୍ ହେଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ସାଂସଦ ଅପରାଜିତା କୋଭିଡ୍ ନିୟମ ଉଲଂଘନ କରି କାର୍ଯ୍ୟାଳୟରେ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନର ଭିଡିଓ ଭାଇରାଲ ହେବା ପରେ ଡିସିପି ଅଫିସରେ ଫେରାଦ ହୋଇଛନ୍ତି କୋଭିଡ୍ ଯୋଦ୍ଧା । ନିଜ ଜନ୍ମଦିନ ପାଳନ ସମୟରେ ସାଂସଦ କୋଭିଡ୍ କଟକଣାକୁ ମାନି ନାହାଁନ୍ତି । ଉତ୍ସବରେ ସାମିଲ ଅନେକ ମଧ୍ୟ କୋଭିଡ ନିୟମକୁ ଏଡାଇ ଯାଇଛନ୍ତି । ଏପରିକି ସାଂସଦଙ୍କ ସହ ଥିବା ଅନେକ ମହିଳା ମଧ୍ୟ ମାସ୍କ ପିନ୍ଧିନଥିଲେ । ଦିବ୍ୟଶଙ୍କର ମିଶ୍ର ଏପରି ଅଭିଯୋଗ ରଖି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଭୁବନେଶ୍ବର ସାଂସଦ ବାରମ୍ବାର କୋଭିଡ୍ କଟକଣାକୁ ଉଲଂଘନ କରୁଥିବା ବେଳେ ଚେତାବନୀ ପରେ ମଧ୍ୟ ଆଚରଣରେ ପରିବର୍ତ୍ତନ କରିନାହାଁନ୍ତି । ଏହି ଅଭିଯୋଗ ସହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଘଟଣାର ପ୍ରମାଣ ଲାଗି ଭିଡିଓ ମଧ୍ୟ ପଠାଇଥିଲେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0