ମୁମ୍ବାଇ: ଚଳିତ ବର୍ଷ ବିସିସିଆଇ ଆଇପିଏଲ-୧୩ର ସଂସ୍କରଣକୁ ସଫଳତମ ଭାବେ ଆୟୋଜନ କରିଥିଲା । ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟ ସିରିଜ ଏବଂ ଘରୋଇ କ୍ରିକେଟ ଉପରେ ନଜର ପକାଇଛି । ତେବେ ଏହି ୨ଟି ପ୍ରସଙ୍ଗକୁ ନେଇ ଆସନ୍ତା ୧୭ ତାରିଖରେ ବିସିିସିଆଇର ଆପେକସ କାଉନସିଲର ବୈଠକ ହେବାର ଅଛି । ମାତ୍ର ମହାମାରୀ କରୋନା ପାଇଁ ଏହି ବୈଠକ ଭିଡିଓ କନଫରେନସିଂ ଜରିଆରେ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଇଂଲଣ୍ଡ ବିପକ୍ଷ ଘରୋଇ କ୍ରିକେଟ ସିରିଜ ଯେପରି ଭାବେ ଭାରତରେ ଆୟୋଜନ ହେବ, ତାହା ନିଶ୍ଚିତ କରିବାକୁ ବିସିସିଆଇ ଚାହେଁ ବୋଲି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0