ମଝି ଦରିଆରେ ହୁତ୍ ହୁତ୍ ହୋଇଛି ଜଳୁଛି ନିଆଁ । ନାଁ କାବୁ କରିହେଉଛି ନା ଆୟତ୍ତ କରିବାକୁ କେହି ସାହାସ କରିପାରୁଛନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମ୍ର ପାମ୍ବନ୍ ଉପକୂଳରେ।ଦରିଆ ଭିତରେ ଜଳୁଛି ମତ୍ସଜୀବୀର ବୋଟ୍। ସମୁଦ୍ର ମଧ୍ୟରେ ବହୁ ସଂଖ୍ୟାରେ ମାଛ ଧରା ବୋଟ୍ ଥିବା ବେଳେ ଏଥିରୁ ଗୋଟିଏ ବୋଟରେ ହଠାତ୍ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ଜାହାଜଟି ସେଠି ଜଳିବା ଆରମ୍ଭ କରିଥିଲା। କିଛି ଘଣ୍ଟା ଜଳିବା ପରେ ଏହାକୁ ଆୟତ୍ତ କରିଥିଲେ ମତ୍ସଜୀବୀ। ହେଲେ ନିଆଁର ପରିମାଣ ଏତେ ଅଧିକ ଥିଲା ଯେ ସମ୍ପୂର୍ଣ୍ଣ ବୋଟ୍ଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୌଭାଗ୍ୟବଶତଃ ଡଙ୍ଗାରେ ନିଆଁ ଲାଗିବା ପରେ ତତ୍କ୍ଷଣାତ ମତ୍ସଜୀବୀ ମାନେ ସେଠୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ବୋଟ୍ରେ ଥିବା ଡିଜେଲ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0