କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ୍କୁ ନେଇ ଦିଲ୍ଲୀ ବୋର୍ଡର ସିଙ୍ଘୁରରେ ଦୁଇ ମାସ ହେଲା ଚାଲିଛି କୃଷକ ଆନ୍ଦୋଳନ। ଚାଷୀ ଓ ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ବସିଥିଲେ ମଧ୍ୟ ଏଯାଏ ନିଷ୍କର୍ସ ବାହାରିପାରି ନାହିଁ। କିନ୍ତୁ ଏହାରି ଭିତରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଆଗକୁ ଜାନୁଆରୀ ୨୬ ତାରିଖ ଥିବାରୁ ଚାଷୀମାନଙ୍କର ଟ୍ରାକ୍ଟର ରାଲି କରି ବିରୋଧ କରିବାର କାର୍ୟ୍ୟ ରହିଛି। ଏହି କାର୍ୟ୍ୟକ୍ରମକୁ ଭଣ୍ଡୁର କରିବାକୁ ଚାଷୀ ହତ୍ୟାର ଷଡ଼ଯନ୍ତ୍ର ହୋଇଥିଲା ବୋଲି ସନ୍ଦିଗ୍ଧ ସର୍ବ ସମ୍ମୁଖରେ କହିଛି। ଏଥିପାଇଁ ଦୁଇଟି ଟିମ୍ ପକ୍ଷରୁ ସନ୍ଦିଗ୍ଧ ସହିତ ଚୁକ୍ତି କରାଯାଇଥିଲା ବୋଲି ସେ କହିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କର ପ୍ରସ୍ତାବରେ ରାଜି ନହେବାରୁ ଚାଷୀମାନଙ୍କ ହତ୍ୟା କରିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ଚାଷୀ। ଧରାପଡ଼ିଥିବା ସନ୍ଦିଗ୍ଧ ଜଣକ ସୋନିପଥ ରାଇ ଥାନାର ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା ଷଡ଼ଯନ୍ତ୍ରକାରୀ କହିବା ସହିତ ଯେଉଁ ୪ ଜଣଙ୍କୁ ହତ୍ୟା କରିବାକୁ ଚୁକ୍ତି ହୋଇଥିଲା ସେମାନଙ୍କ ଫଟୋ ବି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛି। ଜାନୁଆରୀ ୨୬ ତାରିଖରେ ଯଦି କୌଣସି ଅସୁବିଧା ହୁଏ ତେବେ ଏହି ୪ ନେତାଙ୍କୁ ଗୁଳି କରିଦେବା ପାଇଁ ପୋଲିସ ଅଧିକାରୀ ଷଢ଼ଯନ୍ତ୍ର କରିଥିଲେ ବୋଲି ସନ୍ଦିଗ୍ଧ କହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0