ପୁରୀ : କରୋନା କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଥର ବୋଲବମ ବା କାଉଡ଼ିଆଙ୍କୁ ପୁରୀ ମନା ହୋଇଛି। ପୁରୀ ଜିଲ୍ଲା ବା ବାହାର ଜିଲ୍ଲାରୁ କୌଣସି କାଉଡ଼ିଆ ଭକ୍ତ ପୁରୀକୁ ଆସି ପାଣି ଢାଳିପାରିବେ ନାହିଁ। ପୁରୀର ପ୍ରସିଦ୍ଧ ଶୈବ ପୀଠ ଲୋକନାଥଙ୍କ ସମେତ ଜିଲ୍ଲାର ଅନ୍ୟ ସମସ୍ତ ଶିବ ମନ୍ଦିରରେ ମଧ୍ୟ ପାଣି ଢାଳିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଏ ନେଇ ନିଷ୍ପତ୍ତି ହୋଇଛି।
ଗତକାଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏଥର କରୋନା ସଂକ୍ରମଣ ଓ କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି। ଲୋକନାଥଙ୍କ ସହିତ ପୁରୀ ଜିଲ୍ଲାର ଅନ୍ୟ ଶୈବ ପୀଠ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯିବ। ଏଥର କରୋନାକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଯେଉଁ ଭଳି ସଫଳ ହେଲା ସେହିଭଳି କାଉଡ଼ିଆ ଭକ୍ତମାନେ ଏଥର କରୋନା ନିୟମ ମାନନ୍ତୁ ବୋଲି ନିବେଦନ କରିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0