ସମ୍ବଲପୁର ୪।୭: ଆସନ୍ତା ୧୧ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ଭିସୁଟ୍। ଗତକାଲି ଜଣେ ପ୍ରଫେସର୍ ଓ ଜଣେ ଆସୋସିଏଟ୍ ପ୍ରଫେସର୍ ଓ ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଶ୍ବବିଦ୍ୟାଳୟକୁ ଆଗାମୀ ୧୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ପଜିଟିଭ ଚିହ୍ନଟ ପରେ କୁଳପତି ଏହି ନିଷ୍ପତି ନେଇଛନ୍ତି। ଏବେ ଭିସୁଟ୍ର ସମସ୍ତ କର୍ମଚାରୀଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ବି ନିର୍ଦେଶ ଦିଆଯାଇଛି। ତେବେ ଏହି ସମୟରେ କେହି ବି କର୍ମଚାରୀ ହେଡକ୍ବାର୍ଟର୍ ଛାଡ଼ି ନ ଯିବାକୁ ବି ନିର୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଭିସୁଟର ରେଜିଷ୍ଟ୍ରାର୍ ଜଣାଇଛନ୍ତି।
ରବିବାର ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ସେଥିରୁ ସମସ୍ତ ଡାକ୍ତରୀ ସଂସ୍ଥା ଯଥା ଡାକ୍ତରଖାନା, କ୍ଲିନିକ୍, ନର୍ସିଂହୋମ୍, ଔଷଧ ଦୋକାନ, ଆମ୍ବୁଲାନ୍ସ ଓ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ କର୍ମଚାରୀଙ୍କୁ ବାଦ ଦିଆଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0