spot_img

ଭାରସାମ୍ୟ ହରାଇ ରାସ୍ତାକଡରେ ପିଟିହେଲା ବୋଲେରୋ

ତେଲକୋଇ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ହଳଦିପାଣି ଗାଁରେ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗାଡି ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗତକାଲି ବିଲମ୍ବିତ ରାତିରେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ବାଡେଇ ହୋଇ ଓଲଟି ପଡିଥିଲା ବୋଲେରୋ । ଯାହାଫଳରେ କି ବୋଲେରୋ ଗାଡିର ଗୋଟିଏ ଡୋର୍‌ ମଧ୍ୟ ଗାଡିରୁ ବାହାରିଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ବୋଲରୋ ଡ୍ରାଇଭର ଗୁରୁତର ହୋଇଛନ୍ତି । ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଘଟଣାସ୍ଥଳରେ କାଞ୍ଜିପାଣି ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular