ପୁରୀ: ରବିବାରଠାରୁ ଲୋକନାଥ ରୋଡ୍ ଛପନ ଛକଠାରେ ଥିବା ଏକ ଡ୍ରେନ୍ ଭିତରୁ ବାରହାକୁ ଉଦ୍ଧାର କରିଛି ବନ ବିଭାଗ। ସୋମବାର ଭୋର ୫ଟା ସମୟରେ ବାରହାଟି ଲୋକନାଥ ରୋଡ୍ ଦେଇ ଆସୁଥିବାର ସ୍ଥାନୀୟ ଲୋକ ଦେଖିବା ସହ ଭୟଭୀତ ହୋଇଥିଲେ। ଏନେଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଓ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସମସ୍ତ ଅଧିକାରୀ ଓ କର୍ମଚାରୀ ପହଞ୍ଚିବା ପରେ ପ୍ରାୟ ଅଢେଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଡ୍ରେନ୍ ଭିତରୁ ବାରହାକୁ ଉଦ୍ଧାର କରିଥିଲେ। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ ଜମିଥିଲା।
ରବିବାର ଭୋର ୪ଟା ସମୟରେ ସ୍ବର୍ଗଦ୍ବାର ଅଞ୍ଚଳରେ ବାରହା ଆକ୍ରମଣରେ ୬ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଗୋଟିଏ ନୁହେଁ ପୁରୀ ସହର ଭିତରେ ଆହୁରି ୪ଟି ବାରହା ବୁଲୁଥିବାର ଦେଖିଥିବା କହିଛନ୍ତି ସ୍ଥାନୀୟ ଲୋକେ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0